Excuse Me Odisha

ଯାହା କହିବୁ ସତ କହିବୁ

ଏହି ୧୧ଟି କର୍ମରୁ ଜଣାପଡ଼ିଥାଏ ଯେ,କିପରି ହେବ ଆପଣଙ୍କର ଆଗାମୀ ଜନ୍ମ

ସେୟାର୍ କରନ୍ତୁ

ବନ୍ଧୁଗଣ ଆମେ ସମସ୍ତେ ଜାଣିଛନ୍ତି କି ଯିଏ ବି ଏହି ଦୁନିଆରେ ଜନ୍ମ ନେଇଛି, ଦିନେ ନା ଦିନେ ତାର ନିଶ୍ଚିତ ଭାବରେ ମୃତ୍ୟୁ ହେବ। ଜୀବିତ ଅବସ୍ଥାରେ ପ୍ରାଣୀ ଯେଉଁ କର୍ମ କରିଥାଏ, ମୃତ୍ୟୁ ପରେ ସେ ସେହି କର୍ମ ସହିତ ଯାଇଥାଏ। ଗରୁଡ ପୁରାଣ ଅନୁସାରେ ଏହାର ଅର୍ଥ ହେଉଛି, କର୍ମ ଅନୁସାରେ ମନୁଷ୍ୟକୁ ଆଗାମୀ ଜନ୍ମ ମିଳିଥାଏ। ଆଜି ଆମେ ଆପଣଙ୍କୁ ଏପରି ୧୧ଟି କର୍ମ ବିଷୟରେ କହିବାକୁ ଯାଉଛୁ, ଯେଉଁ କାରଣରୁ ମନୁଷ୍ୟକୁ ତାର ଆଗାମୀ ଜନ୍ମରେ କୁକୁର ଓ ବିଲେଇ ରୂପରେ ଜନ୍ମ ନେବାକୁ ପଡିଥାଏ।

ଗରୁଡ଼ ପୁରାଣ ଅନୁସାରେ, ଯେଉଁମାନେ ବନ୍ଧୁମାନଙ୍କୁ ଛଳନା କରିଥାନ୍ତି କିମ୍ବା ବିଶ୍ବାସଘାତକତା କରନ୍ତି,ସେମାନେ ନର୍କ ଦଣ୍ଡ ଭୋଗ କରିବା ସହିତ ପରଜନ୍ମରେ ସେ ଶାଗୁଣା ଜନ୍ମ ପାଇଥାଏ। ଯେଉଁ ବ୍ୟକ୍ତି ଧର୍ମର ଅପମାନ କରିଥାଏ, ଏଭଳି ବ୍ୟକ୍ତିକୁ ମୃତ୍ୟୁ ପରେ ନର୍କ ଭୋଗ କରେ ଏବଂ ଏହାସହିତ ଆସନ୍ତା ଜନ୍ମରେ କୁକୁର ରୂପରେ ଜନ୍ମ ହୋଇଥାଏ।

ଯେଉଁ ଲୋକମାନେ ନିଜର ସମ୍ପର୍କୀୟ ଓ ଗୁରୁଜନମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ, ଗରୁଡ ପୁରାଣ ଅନୁସାରେ ମୃତ୍ୟୁ ପରେ ସେମାନେ ବାରମ୍ବାର ଜନ୍ମ ଗ୍ରହଣ କରିଥାନ୍ତି। କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ସେମାନେ କେବେବି ଗର୍ଭରୁ ବାହାରକୁ ଆସନ୍ତି ନାହିଁ। ଗର୍ଭରେ ହିଁ ତାଙ୍କର ମୃତ୍ୟୁ ହୋଇଯାଏ। ଯେଉଁ ବ୍ୟକ୍ତି ନିଜର ଜ୍ଞାନ ଅନ୍ୟ ସହ ବାଣ୍ଟି ନଥାଏ, ଏହି ଜନ୍ମରେ ତାର ଛବି ଖରାପ ହେବା ସହିତ ପରଜନ୍ମରେ ତାକୁ ବଳଦ ଯୋନିରେ ଜନ୍ମ ନେବାକୁ ପଡିଥାଏ।

କିଛି ଲୋକମାନେ ନିଜର ଲାଭ ପାଇଁ ଭଲ ଲୋକମାନଙ୍କୁ ଠକି ଥାନ୍ତି, ସେମାନେ ମୃତ୍ୟୁ ପରେ ପରଜନ୍ମରେ ପେଚା ହୋଇ ଜନ୍ମ ଗ୍ରହଣ କରିଥାନ୍ତି। ଯେଉଁ ବହୂ ନିଜର ଶାଶୁ ଓ ଶଶୁରଙ୍କୁ ଅପମାନ କରିଥାଏ, ପରଜନ୍ମରେ ସେ ରକ୍ତପାନ କରୁଥିବା ଜୀବ ରୂପରେ ଜନ୍ମ ନେଇଥାଏ। ଯେଉଁ ଲୋକମାନେ ଖାଦ୍ୟ ଜିନିଷ ଚୋରି କରିଥାନ୍ତି, ଏଭଳି ଲୋକମାନେ ପରଜନ୍ମରେ ମୂଷା କିମ୍ବା ଛୁଚୁନ୍ଦ୍ରା ରୂପରେ ଜନ୍ମ ନେଇଥାନ୍ତି।

ଯେଉଁ ଲୋକମାନେ ଅନ୍ୟ ବ୍ୟକ୍ତିକୁ ଗାଳିଗୁଲଜ କରିବା ସହିତ ଅପଶବ୍ଦର ପ୍ରୟୋଗ କରିଥାନ୍ତି, ଏଭଳି ଲୋକମାନେ ପରଜନ୍ମରେ ଛେଳି ରୂପରେ ଜନ୍ମ ପାଇଥାନ୍ତି ଏବଂ କଂସେଇ ହାତରେ ମରିଥାନ୍ତି। ଯେଉଁ ଲୋକମାନେ ଅନ୍ୟ ସ୍ତ୍ରୀକୁ ଖରାପ ନଜରରେ ବା କାମ ବାସନାରେ ଦେଖନ୍ତି, ଏଭଳି ଲୋକେ ପରଜନ୍ମରେ ଗଧ ହୋଇ ଜନ୍ମ ହୋଇଥାନ୍ତି । ଯେଉଁ ସ୍ତ୍ରୀ ପର ପୁରୁଷ ସହିତ ରଖିଥାଏ, ସେ ପରଜନ୍ମରେ ଝିଟିପିଟି, ଏଣ୍ଡୁଅ ରୂପରେ ଜନ୍ମ ପାଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *