ଜୀବନରେ ଆଉ କେତେ ଡରିବେ, ଯିଏ ଡରିଗଲା ସେ ହାରିଗଲା
ବନ୍ଧୁଗଣ କେହି ଜଣେ କହିଛନ୍ତି – କୁଛ ନେଇ କରପାଏଗା ଜବ ଇସ ତରହା ଡରେଗା।
ଦୁନିଆ ତୁମାରେ ମୁଠି ମେ ହୋଗି ଜବ ତୁ ଖୁଦପର ବିଶ୍ୱାସ କରେଗା।
ଏହି କାହାଣୀ ହେଉଛି ଦୁଇଜଣ ବନ୍ଧୁଙ୍କର। ସେମାନେ କୌଣସି କାର୍ଯ୍ୟ ପାଇଁ ସହରକୁ ଯାଇଥିଲେ। ଗାଁକୁ ଫେରୁ ଫେରୁ ରାତି ହୋଇଗଲା ଏବଂ ଜଙ୍ଗଲ ମଧ୍ୟରେ ତାଙ୍କ ବାଇକ ଖରାପ ହୋଇଗଲା। ଆଖପାଖରେ କୌଣସି ଗ୍ୟାରେଜ ନଥିଲା ଏବଂ ଗାଆଁ ନଥିଲା। ସେମାନେ ବାଇକ ଧରି କିଛି ରାସ୍ତା ଚାଲିଚାଲି ଆସିବା ପରେ ସେମାନଙ୍କୁ ବହୁତ ଜୋରରେ ଶୋଷ ଲାଗିଲା। ପାଣିର ଅନୁସନ୍ଧାନ କରି ସେମାନେ ଗୋଟେ ଗୁମ୍ଫା ପାଖରେ ପହଞ୍ଚିଲେ। ସେଇଠି ସେମାନେ ରାତିରେ ରହିବା ପାଇଁ ସ୍ଥିର କଲେ। ସେଥିପାଇଁ ଏମାନେ କିଛି କାଠ ଆଣି ନିଆଁ ଜଳାଇ ରହିଲେ। ଧୀରେ ଧୀରେ ରାତି ବଢ଼ିବାକୁ ଲାଗିଲା। ସେମାନଙ୍କ ଭିତରୁ ଜଣେ ସାଙ୍ଗ ଡରୁଆ ସ୍ୱଭାବର ହୋଇଥାନ୍ତି। କାରଣ ସେ ପିଲାଦିନରୁ ଭୂତପ୍ରେତ କାହାଣୀ ଶୁଣିଛି ଏବଂ ଡରିଛି। ଏହି ଭୁତପ୍ରେତ କାହାଣୀ ଏହି ସାଙ୍ଗ ଜଣକ ଯେତେବେଳେ ଅନ୍ୟ ସାଙ୍ଗକୁ କହିବାକୁ ଲାଗିଲା ସେ ଜୋରରେ ହସିବାକୁ ଲାଗିଲା। ସେ କହିଲା ତୁ ଏହି ଭୂତପ୍ରେତକୁ ବିଶ୍ୱାସ କରୁ ଓ ତୁ ସେନାନଙ୍କୁ ଦେଖିଛୁ? ଅନ୍ୟ ସାଙ୍ଗ କହିଲା – ନା ମୁଁ ତାଙ୍କୁ ଦେଖି ନାହିଁ , ଖାଲି ସେମାନଙ୍କ କାହାଣୀ ଶୁଣିଛି। ଏହା ଶୁଣି ସେହି ସାଙ୍ଗ ଆହୁରି ଜୋରରେ ହସିବାକୁ ଲାଗିଲା। ସେ କହିଲା ସାଙ୍ଗ ଭୂତ ପ୍ରେତ ଦୁନିଆରେ ନାହାଁନ୍ତି। ବେକାର କଥା ଛାଡ, ମୋତେ ଜୋରରେ ନିଦ ଲାଗିଲାଣି, ଏଥର ଶୋଇ ପଡ଼ିବା। ଏତିକି କଥା କହି ସେହି ସାଙ୍ଗ ଶୋଇ ପଡ଼ିଲା। ଅନ୍ୟ ସାଙ୍ଗ ଜଣକ ଶୋଇଲା ସତ କିନ୍ତୁ ଭୟରେ ତାକୁ ନିଦ ଆସୁ ନଥିଲା। ତାକୁ ଲାଗୁଥିଲା ତାର ଆଖପାଖରେ କେହି ଜଣେ ରହିଛି। ସେହି ଯେଉଁ ନିଆଁ ଜଳୁଥିଲା, ତାର ଛାଇରେ ଜଣେ କିଏ ବସିଥିବାର ଦେଖା ଗଲା। ଅନେକ କଥା ତାର ମୁଣ୍ଡରେ ଚାଲୁ ଥିଲା। ଯେହେତୁ ସେ ଥକି ଯାଇଥିଲା, ତେଣୁ ସେ ଶୋଇପଡ଼ିଲା। ସେ ସ୍ୱପ୍ନରେ ଦେଖିଲା ଯେ ଏକ ବିକଟାଳ ରୂପରେ ଥିବା ଗୋଟେ ଛାଇ ଯାହାର ଲମ୍ବା ଲମ୍ବା କେଶ ରହିଛି ଓ ସେ ତାକୁ ଧରିବାକୁ ଆସୁଛି। ଯେତେବେଳେ ସେହି ପିଲାଟି ଏହି ସ୍ବପ୍ନ ଦେଖିଲା କି ଗୋଟେ ଛାଇ ତାକୁ ମା-ରିଦେବା ପାଇଁ ପାଖକୁ ଆସୁଛି ଏବଂ ସେ ଜୋରରେ ଚିତ୍କାର କରି ନିଦରୁ ଉଠି ପଡ଼ିଲା ଏବଂ ଅନ୍ୟ ସାଙ୍ଗକୁ ଜାବୁଡ଼ି ଧରି ଥରିଲା। ଅନ୍ୟ ସାଙ୍ଗ ଏହା ଶୁଣି ଆହୁରି ଜୋରରେ ହସିବାକୁ ଲାଗିଲା ଏବଂ ତାକୁ କହିଲା ଶୁଣ ,ଯଦି ତୁ ସ୍ୱପ୍ନରେ ଆଉଥରେ ସେହି ଭୂତକୁ ନିଜ ସାମ୍ନାରେ ଦେଖୁ ତାହେଲେ ତାକୁ କହିବୁ – ମୁଁ ତୋତେ ଭୟ କରେ ନାହିଁ। ତୁ ମୋ ପାଖକୁ ଆସ, ମୁଁ ତୋର ମୁକାବିଲା କରିବି। ସେହି ପିଲାଟି ଠିକ୍ ସେହିଭଳି କଲା। ସେ ପୁଣି ସ୍ୱପ୍ନରେ ସେହି ଛାଇ ଦେଖାଗଲା ଏବଂ ତାପାଖକୁ ମାଡ଼ି ଆସିଲା। ସେ ମନ ଭିତରେ ସାହାସ ରଖି କହିଲା ମୁଁ ତୋତେ ଭୟ କରେ ନାହିଁ। ତୁ ମୋ ପାଖକୁ ଆସ, ମୁଁ ତୋ ସହିତ ମୁକାବିଲା କରିବି। ଏହି କଥାଟି ପିଲା ଜଣକ ବାରମ୍ବାର କହିବାକୁ ଲାଗିଲା। ସେ ଦେଖିଲା ସେ ଏହିକଥା ବାରମ୍ବାର କହିବା ଦ୍ଵାରା ସେହି ଛାଇ ଛୋଟ ହେବାକୁ ଲାଗିଲା ଏବଂ ଦୂରେଇ ଗଲା। ଏଥର ସେହି ପିଲା ଜଣକ ବୁଝି ପାରିଲା ଯେ ମନ ଭିତରେ ଯଦି ଆପଣ ସାହାସ ରଖିବେ ତାହେଲେ ଜୀବନରେ ସବୁ ସମସ୍ୟାକୁ ସମାପ୍ତ କରିଦେବେ। ଆମ ଜୀବନରେ ଯେତେ ବି-ପଦ ଆସିଥାଏ, ତାହା ଆମକୁ ଯେତେ ଡରାଇ ଥାଏ, ଆମେ ସେତେ ଭୟ କରିଥାଉ। ଦେବାକୁ ଦିନ ସେହି ଡର ବଡ଼ ହୋଇ ଚାଲୁ ଥାଏ। ଆମେ ଦିନକୁ ଦିନ ତା ଆଗରେ ଛୋଟ ହୋଇ ଚାଲି ଥାଉ। ଯଦି ଆମେ ସେହି ଡରକୁ ନଡରି ତାକୁ ସାମ୍ନା କରିବା ତାହେଲେ ଦୁନିଆରେ ଏପରି କିଛି ଡର ନାହିଁ ଯେ ଯାହା ଆମକୁ ବାସ୍ତବରେ ଡରାଇ ପାରିବ। ତେଣୁ ଜୀବନରେ ସବୁ ପରିସ୍ଥିତିକୁ ସାମ୍ନା କରିବା ଶିଖନ୍ତୁ ଏବଂ ସବୁ ସମସ୍ୟାର ମୁକାବିଲା କରନ୍ତୁ। ଦେଖିବେ ଆପଣ ସବୁ ସମୟରେ ଆଗକୁ ବଢ଼ି ପାରିବେ। ଆପଣଙ୍କ ଜୀବନରେ କେହି ପ୍ରତିବନ୍ଧକ ହେବେ ନାହିଁ। ଜୀବନରେ ସବୁବେଳେ ଭୟ କରନ୍ତୁ ନାହିଁ। ନିଜ ଉପରେ ଭରସା ରଖନ୍ତୁ ଯେ ମୁଁ ସବୁ ପରିସ୍ଥିତିରେ ସବୁକିଛି ସାମ୍ନା କରି ପାରିବି।
ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।