୧୩ ସେପ୍ଟେମ୍ବରରୁ ବଦଳିବ ଗୁରୁଙ୍କ ଚଳନ, ଏହି ରାଶିର ଲୋକଙ୍କୁ ମିଳିବ ବଡ଼ ଖୁସିର ଖବର।
୪ ମେ ସନ୍ଧ୍ୟା ୭ଟା ବାଜି ୫୬ ମିନିଟରେ ବକ୍ରୀ ହେଲେ ବୃହସ୍ପତି, ସମ୍ପୂର୍ଣ୍ଣ ୪ ମାସ ୯ ଦିନ ପରେ ୧୩ ସେପ୍ଟେମ୍ବରକୁ ସକାଳେ ୬ ଟା ବାଜି ୧୦ ମିନିଟରେ ମାର୍ଗୀ ହୋଇଯିବ। ଏଭଳି ପ୍ରକାରର ଗ୍ରହର ବକ୍ରୀ ଏବଂ ମାର୍ଗୀ ହେବାର ପ୍ରଭାବ ସମସ୍ତ ଭୁମଣ୍ଡଳ ଉପରେ ସ୍ପଷ୍ଟ ରୂପରେ ପଡିଥାଏ। ବିଶାଳ ଶରୀର ସହିତ ବଡ଼ ଉଦର, ସମ୍ପୂର୍ଣ୍ଣ ବାଳ, ଆଖି ପାଇଁ ବୃହସ୍ପତି ମନୁଷ୍ୟ ଜୀବନରେ ମାନସମ୍ମାନ, ଉତ୍ତମ ଜ୍ଞାନ ଏବଂ ଗହନ ଚିନ୍ତନଶୀଳତା ଆଣିଥାନ୍ତି। ମାନା ଯାଇଥାଏ କି ଯଦି ବୃହସ୍ପତିଙ୍କ ପ୍ରଭାବ ଉତ୍ତମ ହୋଇଥାଏ। ତେବେ ଗୋଟେ ନିର୍ଦ୍ଧନ ପରିବାରରେ ଜନ୍ମ ହୋଇଥିବା ବାଳକ ନିଜ ଜ୍ଞାନ ବଳରେ ଖୁବ୍ ଧନବାନ ହୋଇଥାଏ। ଧନବାନ ସହିତ ଧାର୍ମିକ ମଧ୍ୟ ରହିବ।
ଯଦି ବୃହସ୍ପତି ବକ୍ରୀ ଅଟନ୍ତି,ତାହେଲେ ବ୍ୟକ୍ତିଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ବୃହସ୍ପତି ଯଦି ମାର୍ଗୀ ଅଟନ୍ତି ତାହେଲେ ବୃହସ୍ପତି ସ୍ୱୟଂ ସବୁ ସମସ୍ୟାର ନିବାରଣ କରି ଥାନ୍ତି। ଆସନ୍ତୁ ଜାଣିବା ବୃହସ୍ପତି ମାର୍ଗୀ ହେବା ପରେ କଣ ପ୍ରଭାବ ପକାଇ ଥାନ୍ତି।
ମେଷ ରାଶି –
ଏହି ରାଶିର ଲୋକଙ୍କ ପାଇଁ ବୃହସ୍ପତିଙ୍କ ମାର୍ଗୀ ହେବା ଅତ୍ୟନ୍ତ ଫଳଦାୟକ ରହିବ। ଯଦି ଆପଣଙ୍କ ଜୀବନରେ ବାଧା ଆସୁଛି ତାହେଲେ ସବୁ ବାଧା ଦୂର ହେବ। ଚାକିରୀ ପେଶାରେ ମାନସମ୍ମାନ ବୃଦ୍ଧି ହେବ। ପଦୋନ୍ନତୀ ମିଳିବ। ବିଦେଶ ଯାତ୍ରା ଅନୁକୂଳ ରହିବ। ବିଦ୍ୟାର୍ଥୀ ମାନଙ୍କ ପାଇଁ ବୃହସ୍ପତିଙ୍କ ମାର୍ଗୀ ହେବା ବରଦାନ ସ୍ୱରୂପ ରହିବ। ନବ ବିବାହିତ ଲୋକଙ୍କ ପାଇଁ ଅନୁକୂଳ ସମୟ ରହିଛି।
ବୃଷ ରାଶି –
ଏହି ରାଶିର ଅଷ୍ଟମ ଭାବରେ ଗୁରୁର ଗୋଚର ଅତ୍ୟନ୍ତ ଶୁଭ ପରିଣାମ ଆଣିଦେବ। କାର୍ଯ୍ୟକ୍ଷେତ୍ରରେ ନିଜ ଶତ୍ରୁଙ୍କ ପ୍ରତି ସାବଧାନ ରୁହନ୍ତୁ, କୌଣସି ଷଡ଼ଯନ୍ତ୍ରର ଶିକାର ହେବାରୁ ବଞ୍ଚିତ ହୁଅନ୍ତୁ। ଭୁଲ ଲୋକଙ୍କ ସହିତ ସଂଗ ଛାଡ଼ି ଦିଅନ୍ତୁ। କୋର୍ଟ କଚେରୀ ମାମଲାରେ ଫସନ୍ତୁ ନାହିଁ। ଯଦି ସମ୍ଭବ ତାହେଲେ ଘରେ ମାମଲାକୁ ସମାଧାନ କରନ୍ତୁ। ଏହି ମାସ ଅତ୍ୟନ୍ତ ଆର୍ଥିକ ସ୍ତରରେ ଶୁଭ ପ୍ରଭାବ ପଡ଼ିବ। କୌଣସି ସମସ୍ୟାକୁ ସମାଧାନ କରିବାକୁ ପ୍ରୟାସ କରନ୍ତୁ। ବାହନ କିଣିବାର ସଂକଳ୍ପ ସମ୍ପନ୍ନ ହୋଇପାରେ।
ମିଥୁନ ରାଶି –
ଗୁରୁଙ୍କ ମାର୍ଗୀ ହେବା ଦ୍ବାରା ଧର୍ମ କର୍ମ ପ୍ରତି ରୁଚି ବଢିବ। ବିବାହ ସମ୍ବନ୍ଧିତ ବାଧା ଦୂର ହେବ। ଚାକିରୀ ଆଶାରେ ଥିବା ଲୋକଙ୍କୁ ଶୁଭ ସଂକେତ ମିଳିବ। ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ। ବଳ ଏବଂ ବୁଦ୍ଧିରେ ବୃଦ୍ଧି ହେବ। ଆୟର ସାଧନ ବଢିବ।

କର୍କଟ ରାଶି –
ରାଶିର ଷଷ୍ଠ ଭାବରେ ଗୁରୁଙ୍କ ପ୍ରବେଶ ହେବା ଦ୍ଵାରା ଗୁପ୍ତ ଶତ୍ରୁଙ୍କ ବ୍ୟକ୍ତି ଜୀବନରେ ପ୍ରବେଶ ହେବ। ନିଜ ସ୍ବାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ରଖନ୍ତୁ। କୌଣସି ସମ୍ପର୍କୀୟଙ୍କ ଠାରୁ ଦୁଃଖଦ ସମାଚାର ମିଳିପାରେ। ଦେବାନେବାରେ ସାବଧାନ ରହିବା ଆବଶ୍ୟକ। ବ୍ୟାପାର କରିଥିବା ଲୋକଙ୍କ ପାଇଁ ଶୁଭ ସଙ୍କେତ ରହିଛି। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଲୋକଙ୍କ ସହିତ ସମ୍ବନ୍ଧ ମଧୁର କରିବା ପାଇଁ ପ୍ରୟାସ କରନ୍ତୁ।
ସିଂହ ରାଶି –
ଏହି ରାଶିର ଜାତକ ପାଇଁ ଗୁରୁଙ୍କ ମାର୍ଗୀ ହେବା ଅତ୍ୟନ୍ତ ଲାଭଦାୟକ ରହିବ। ଶିକ୍ଷା କ୍ଷେତ୍ରରେ ଅତ୍ୟନ୍ତ ସଫଳତା ମିଳିବ। ପ୍ରତିଯୋଗୀ ଏବଂ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ଚାକିରୀ କ୍ଷେତ୍ରରେ ଥିବା ଲୋକଙ୍କୁ ସଫଳତା ମିଳିବ। ଶାସନ ସତ୍ତା ଏବଂ ଅଧିକାର ଗୁଡିକ ର ସମ୍ପୂର୍ଣ୍ଣ ସଦୁପଯୋଗ କରନ୍ତୁ। ସନ୍ତାନ ସମ୍ବନ୍ଧିତ ସମସ୍ୟା ଦୂର ହେବ।
କନ୍ୟା ରାଶି –
ଏହି ରାଶିର ଚତୁର୍ଥ ଭାବରେ ଗୁରୁର ମାର୍ଗୀ ହେବା ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କୁ ମାତାପିତାଙ୍କ ଠାରୁ ଆର୍ଥିକ ସହାୟତା ମିଳିବ। ଅନେକ ଦିନରୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ଯଦି ବାହନ କିଣିବା ପାଇଁ ଚାହୁଁଛନ୍ତି ତାହେଲେ ସମୟ ଅନୁକୂଳ ରହିଛି। ଯେଉଁମାନେ ଆପଣଙ୍କୁ ସର୍ବଦା ନୀଚ ଦେଖେଇବାକୁ ପ୍ରୟାସ କରୁଛନ୍ତି, ସେମାନେ ଆପଣଙ୍କୁ କଠିନ ପରିସ୍ଥିତି ସମୟରେ ସାହାଯ୍ୟ କରିବେ।
ତୁଳା ରାଶି –
ଏହି ରାଶିର ପରାକ୍ରମ ଭାବରେ ବୃହସ୍ପତିର ମାର୍ଗୀ ହେବା ଦ୍ବାରା ଆପଣଙ୍କ ସାହସରେ ବୃଦ୍ଧି ହେବ। ଆପଣଙ୍କ ଦ୍ଵାରା ନେଇଥିବା ନିଷ୍ପତ୍ତି ଲାଭଦାୟକ ସାବ୍ୟସ୍ତ ହେବ। ଉତ୍ତମ କାର୍ଯ୍ୟ ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ପରିବାରର ବରିଷ୍ଠ ସଦସ୍ୟ ଏବଂ ଭାଇ ମାନଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ। ଧର୍ମ କର୍ମ କାର୍ଯ୍ୟରେ ରୁଚି ବଢିବ। ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିଛି।
ବିଛା ରାଶି –
ରାଶିର ଧନ ଭାବରେ ଗୁରୁର ମାର୍ଗୀ ହେବା ଆପଣଙ୍କ ଆର୍ଥିକ ପକ୍ଷକୁ ସୁଦୃଢ କରି ଥାଏ। ଆପଣଙ୍କ ସୌମ୍ୟ ସ୍ଵଭାବ ଯୋଗୁଁ ଆପଣଙ୍କୁ ସମସ୍ତେ ପସନ୍ଦ କରିବେ। କୌଣସି ଦାମୀ ବସ୍ତୁର କ୍ରୟ କରି ପାରନ୍ତି। ଜମିବାଡ଼ି ସମ୍ବନ୍ଧିତ ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ରହିବ। ବାହନ କିଣାକିଣି ଆଶା ସଫଳ ରହିବ। ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ବିଦେଶୀ ମିତ୍ରଙ୍କ ଠାରୁ ସୁଖଦ ସମାଚାର ମିଳିପାରେ।
ଧନୁ ରାଶି –
ଆପଣଙ୍କ ରାଶିରେ ସ୍ୱୟଂ ବୃହସ୍ପତି ମାର୍ଗୀ ହେଉଛନ୍ତି, ଯାହା କିଛି ବରଦାନ ସହିତ କମ୍ ନୁହେଁ। ଶାରୀରିକ ରୂପରେ ନିଜକୁ ସୁସ୍ଥ ଅନୁଭବ କରିବେ। ମାନସିକ ଚିନ୍ତା ଦୂର ହେବ। କୋର୍ଟ କଚେରୀ ମାମଲାରେ ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ରହିବ। ସନ୍ତାନ ସମ୍ବନ୍ଧିତ ସମସ୍ୟା ଦୂର ହେବ। ନବ ଦମ୍ପତ୍ତିଙ୍କୁ ସନ୍ତାନ ପ୍ରାପ୍ତିର ଯୋଗ ରହିପାରେ। ବିବାହ ସମ୍ବନ୍ଧିତ ବାର୍ତା ସଫଳ ରହିବ।
ମକର ରାଶି –
ରାଶିର ହାନୀ ଭାବରେ ଗୁରୁଙ୍କ ମାର୍ଗୀ ହେବା ସେତେ ଭଲ ନୁହେଁ। ଏହାଦ୍ବାରା ଆପଣଙ୍କୁ ଧନ ସମ୍ବନ୍ଧିତ ହାନୀ ହୋଇପାରେ। ବ୍ୟସ୍ତତା ରହିବ ଯାହାଦ୍ବାରା ଆପଣଙ୍କୁ ଧ୍ୟାନ ରଖିବା ଆବଶ୍ୟକ। ବ୍ୟର୍ଥ ବିବାଦରୁ ଦୂରେଇ ରୁହନ୍ତୁ । ଧର୍ମ କର୍ମ ପ୍ରତି ରୁଚି ବଢିବ। ଅଯଥା ଖର୍ଚ୍ଚ ହୋଇପାରେ। ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ଦ୍ୱାରା ଆପଣଙ୍କୁ ସମାଜରେ ମାନସମ୍ମାନ ପ୍ରାପ୍ତ ହେବ।
କୁମ୍ଭ ରାଶି –
ରାଶିର ଲାଭ ଭାବରେ ଗୁରୁଙ୍କ ମାର୍ଗୀ ହେବା ଅତ୍ୟନ୍ତ ଲାଭଦାୟକ ରହିବ। କାର୍ଯ୍ୟ ବ୍ୟାପାରରେ ଉନ୍ନତି ର ଯୋଗ ରହିଛି। ପରିବାରର ବରିଷ୍ଠ ସଦସ୍ୟ ଏବଂ ଭାଇଙ୍କ ଠାରୁ ଲାଭ ମିଳିବ। କାର୍ଯ୍ୟକ୍ଷେତ୍ରରେ ନିଜ ସହକର୍ମୀ ଏବଂ ଉଚ୍ଚ ଅଧିକାରୀଙ୍କ ସହିତ ସମ୍ବନ୍ଧ ବନାଇ ରଖନ୍ତୁ। ବିଦ୍ୟାର୍ଥୀ ଏବଂ ପ୍ରତିଯୋଗୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିଛି।
ମୀନ ରାଶି –
ରାଶିର ସ୍ଵାମୀ ଗୁରୁଙ୍କ କର୍ମ ଭାବରେ ମାର୍ଗୀ ହେବା ଦ୍ବାରା ଆପଣଙ୍କ କାର୍ଯ୍ୟ ବ୍ୟାପାରରେ ଉନ୍ନତି ହେବ। ସରକାରୀ ଚାକିରୀ ଆଶା ରଖିଥିବା ଲୋକଙ୍କ ଆବେଦନ ସଫଳ ରହିବ। ବିଦେଶୀ ନାଗରିକତା ଏବଂ ବିଦେଶୀ କମ୍ପାନୀରେ ସର୍ଭିସ ପାଇଁ ଆବେଦନ କରିବାର ପରିଣାମ ଆପଣଙ୍କ ସପକ୍ଷରେ ରହିବ।